ଦର୍ଶନ:

ସରଳ ଓ ଅର୍ଥପୂର୍ଣ୍ଣ ନବ ଓଡ଼ିଆ ବାଇବଲ ଦ୍ଵାରା ଲକ୍ଷ ଲକ୍ଷ ଓଡ଼ିଆ ଭାଷାବାଦୀଙ୍କର ମୁକ୍ତି ଓ ଜୀବନ ପରିବର୍ତ୍ତନ

କାର୍ଯ୍ୟ:

ଈଶ୍ଵରଙ୍କ ଜୀବନ୍ତ ବାକ୍ୟ (ବାଇବଲ)କୁ ସଠିକ ଓ ସ୍ପଷ୍ଟ ଭାବରେ, ପ୍ରଚଳିତ ସରଳ ଓଡ଼ିଆ ଭାଷାରେ ଅନୁବାଦ କରିବା, ଯେପରି ତାହା ପାଠ କରି ବା ଶୁଣି, ଏପରିକି ବିଶେଷ ପାଠ ପଢ଼ି ନ ଥିବା

, ସୁସମାଚାର ଶୁଣି ନ ଥିବା କିମ୍ବା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ସହଭାଗିତାକୁ ଯାଇ ନ ଥିବା ଲୋକମାନେ ମଧ୍ୟ ବୁଝି ପାରିବେ।

ଘୋଷଣା:

ଆମ୍ଭେମାନେ ସ୍ୱୀକାର କରୁଅଛୁ ଯେ, କୌଣସି ବାଇବଲ ଅନୁବାଦ ନିର୍ଭୁଲ କିମ୍ବା ଅନ୍ତିମ ନୁହେଁ; କିନ୍ତୁ, ଆମ୍ଭେମାନେ ଜାଣୁ ଯେ, ଈଶ୍ୱର ନିଜର ସମ୍ମାନ ଓ ଗୌରବ ନିମନ୍ତେ ଏପରି ବିଷୟଗୁଡ଼ିକୁ ମଧ୍ୟ ବ୍ୟବହାର କରିଥାଆନ୍ତି, ଯେଉଁଗୁଡ଼ିକ ଦୁବର୍ଳ ଅଟେ ଓ ସିଦ୍ଧ ନୁେହଁ। ଏଠାରେ ଆମ୍ଭେମାନେ କହିରଖୁଅଛୁ ଯେ, ଓଡ଼ିଆ ଭାଷାର ପରିବର୍ତ୍ତନ ଘଟୁଥିବା ବିଷୟଗୁଡ଼ିକ ଅନୁସାରେ, ଅନୁବାଦ କରାଯାଇଥିବା ଶାସ୍ତ୍ରାଂଶଗୁଡ଼ିକୁ ଆବଶ୍ୟକ ଅନୁସାରେ ସଂଶୋଧନ କରି ଉତ୍ତମମାନର ଅନୁବାଦ କରିବାକୁ ନବ ବାଇବଲ ଅନୁବାଦ ଦଳ ସବର୍ଦା ଚେଷ୍ଟା କରୁଅଛି। ଅନୁବାଦକ, ଅନୁବାଦ ପରାମଶର୍ଦାତା, ଲେଖା ପାଠକ ବା ସମୀକ୍ଷକ ଇତ୍ୟାଦି ବ୍ୟକ୍ତିବିଶଷଙ୍କ ନାମ TILL-NOBO କାର୍ଯ୍ୟାଳୟର ଅଭିେଲଖାଗାରରେ ଉପଲବ୍ଧ ଅଟେ।

 

 

ନବ ଲୂକ ସୁସମାଚାର “ଆଦର୍ଶ ମନୁଷ୍ୟ” ପ୍ରକାଶ ପାଇଅଛି

ଅଧିକ ଜାଣିବା ପାଇଁ ଏଠାରେ କ୍ଳିକ୍ କରନ୍ତୁ

ଆଜି ପାଇଁ ଈଶ୍ୱରଙ୍କ ବାକ୍ୟ

ଈଶ୍ୱର ନିଜର ଇଛା ଅନୁସାରେ ସବୁ ବିଷୟ କରନ୍ତି। ସେ ଆମ୍ଭମାନଙ୍କୁ ତାଙ୍କ ଯୋଜନା ଅନୁସାରେ ପୂର୍ବରୁ ବାଛିଲେ ଓ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କୁ ଏକ କଲେ। ପୁଣି, ଆମ୍ଭେମାନେ ଯେପରି ଉତ୍ତରାଧିକାର ପାଇବୁ, ଅର୍ଥାତ୍‍ ସ୍ୱର୍ଗୀୟ ପରିବାରର ସବୁ ଆଶୀର୍ବାଦ ଭବିଷ୍ୟତରେ ପାଇବୁ, ସେଥିପାଇଁ ସେ ଆମ୍ଭମାନଙ୍କୁ ବର୍ତ୍ତମାନ ଅଧିକାର ଦେଇଅଛନ୍ତି। ସେ ଏପରି କରିବାର ଉଦ୍ଦେଶ୍ୟ ହେଉଛି, ଯେପରି ଆମେ ଯିହୁଦୀ ଜାତିର ଲୋକମାନେ, ଅର୍ଥାତ୍‍ ଅନ୍ୟ ସମସ୍ତଙ୍କ ପୂର୍ବରୁ ପ୍ରଥମେ ଖ୍ରୀଷ୍ଟଙ୍କଠାରେ ଭରସା କରିଥିବା ଲୋକମାନେ, ଆମ୍ଭମାନଙ୍କ ଯୋଗୁଁ ସମସ୍ତେ ଈଶ୍ୱରଙ୍କ ଗୌରବର ପ୍ରଶଂସା କରିବେ।

ଏଫିସୀୟଙ୍କ ପ୍ରତି ପତ୍ର 1:11
ଅନ୍ୟକୁ ପଠାନ୍ତୁ