ମଣ୍ଡଳିର ଆବଶ୍ୟକତା ଓ ସହଯୋଗ

ପ୍ରେମମୟ ଇଶ୍ୱରଙ୍କ ଜଗତ ପାଇଁ ଏକ ଅନନ୍ୟ ଉପହାର ହେଲା ତାହାଙ୍କର ଜୀବନ୍ତ ବାକ୍ୟ । ତାହା ପ୍ରକୃତରେ ସ୍ୱର୍ଗସ୍ଥ ପିତାଙ୍କର ତାହାଙ୍କ ସୃଷ୍ଟ ମନୂଷ୍ୟ ସନ୍ତାନମାନଙ୍କ ପାଇଁ ଏକ ପ୍ରେମପୂର୍ଣ୍ଣ ଚିଠି ଯାହା ତାହାଙ୍କ ସହିତ ବର୍ତ୍ତମାନ ଠାରୁ ଆରମ୍ଭ କରି ଅନନ୍ତ କାଳ ପର୍ଯ୍ୟନ୍ତ ଘନିଷ୍ଠ ପ୍ରେମ ସମ୍ପର୍କରେ ରହିବା ପାଇଁ ଏକ ଖୋଲା ନିମନ୍ତ୍ରଣ ପ୍ରକାଶ କରେ । ତେବେ ବର୍ତ୍ତମାନ ସମୟର ବାସ୍ତବ ପରିସ୍ଥିତିକୁ ଲକ୍ଷ୍ୟ କଲେ ଆମ୍ଭେମାନେ ଦେଖି ପାରିବା ଯେ ଅନେକ ଓଡ଼ିଆ ପାଠକ ଓଡ଼ିଆରେ ଉପଲବ୍ଧ ବାଇବଲ୍ ସଂପୂର୍ଣ୍ଣ ରୁପେ ବୁଝି ପାରନ୍ତି ନାହିଁ ।  ଏବଂ ଓଡ଼ିଶାର ଉପକୂଳବର୍ତ୍ତି ତଥା ଅନ୍ୟାନ୍ୟ ଅନେକ ଆଞ୍ଚଳିକ ଭାଷାବାଦୀ ଲୋକ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏତଦ୍ ବ୍ୟତୀତ, ଆମ୍ଭମାନଙ୍କର ଇଙ୍ଗ୍ରାଜୀ ମିଡିୟମ୍ ରେ ପଢ଼ୁଥିବା ପିଲାମାନଙ୍କର ଏହି ସମାନ ସମସ୍ୟା ଅଛି ।  ଅତଏବ୍, ଅନେକ ଅନୁଭବ କରନ୍ତି ଯେ ଓଡ଼ିଆ ମଣ୍ଡଳି ତଥା ସଂପୂର୍ଣ୍ଣ ଓଡ଼ିଶା ପାଇଁ ଏକ ପ୍ରାକୃତିକ ଭାଷାର ବାଇବେଲ୍ ଅନୁବାଦ ଆବଶ୍ୟକ ଯାହା ବୁଝିବା ନିମନ୍ତେ ସରଳ ହେବ ଓ ସବୁ ବର୍ଗର ତଥା ସବୁ ସ୍ଥାନର ଲୋକ ମାନଙ୍କ ପାଇଁ ଉପାଦେୟ ହେବ ।

ତେବେ ଏହି କାର୍ଯ୍ୟକ୍ରମ ସଫଳ ହେବା ପାଇଁ ସମଗ୍ର ଓଡ଼ିଆ ମଣ୍ଡଳିର ପ୍ରାର୍ଥନା, ସହଯୋଗ ଏବଂ ଏପରିକି ଆର୍ଥିକ ସହାୟତା ଆବଶ୍ୟକ ।

 

ଅନ୍ୟକୁ ପଠାନ୍ତୁ

Your encouragement is valuable to us

Your stories help make websites like this possible.