ଦର୍ଶନ:
ସରଳ ଓ ଅର୍ଥପୂର୍ଣ୍ଣ ନବ ଓଡ଼ିଆ ବାଇବଲ ଦ୍ଵାରା ଲକ୍ଷ ଲକ୍ଷ ଓଡ଼ିଆ ଭାଷାବାଦୀଙ୍କର ମୁକ୍ତି ଓ ଜୀବନ ପରିବର୍ତ୍ତନ
କାର୍ଯ୍ୟ:
ଈଶ୍ଵରଙ୍କ ଜୀବନ୍ତ ବାକ୍ୟ (ବାଇବଲ)କୁ ସଠିକ ଓ ସ୍ପଷ୍ଟ ଭାବରେ, ପ୍ରଚଳିତ ସରଳ ଓଡ଼ିଆ ଭାଷାରେ ଅନୁବାଦ କରିବା, ଯେପରି ତାହା ପାଠ କରି ବା ଶୁଣି, ଏପରିକି ବିଶେଷ ପାଠ ପଢ଼ି ନ ଥିବା
, ସୁସମାଚାର ଶୁଣି ନ ଥିବା କିମ୍ବା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ସହଭାଗିତାକୁ ଯାଇ ନ ଥିବା ଲୋକମାନେ ମଧ୍ୟ ବୁଝି ପାରିବେ।
ଘୋଷଣା:
ଆମ୍ଭେମାନେ ସ୍ୱୀକାର କରୁଅଛୁ ଯେ, କୌଣସି ବାଇବଲ ଅନୁବାଦ ନିର୍ଭୁଲ କିମ୍ବା ଅନ୍ତିମ ନୁହେଁ; କିନ୍ତୁ, ଆମ୍ଭେମାନେ ଜାଣୁ ଯେ, ଈଶ୍ୱର ନିଜର ସମ୍ମାନ ଓ ଗୌରବ ନିମନ୍ତେ ଏପରି ବିଷୟଗୁଡ଼ିକୁ ମଧ୍ୟ ବ୍ୟବହାର କରିଥାଆନ୍ତି, ଯେଉଁଗୁଡ଼ିକ ଦୁବର୍ଳ ଅଟେ ଓ ସିଦ୍ଧ ନୁେହଁ। ଏଠାରେ ଆମ୍ଭେମାନେ କହିରଖୁଅଛୁ ଯେ, ଓଡ଼ିଆ ଭାଷାର ପରିବର୍ତ୍ତନ ଘଟୁଥିବା ବିଷୟଗୁଡ଼ିକ ଅନୁସାରେ, ଅନୁବାଦ କରାଯାଇଥିବା ଶାସ୍ତ୍ରାଂଶଗୁଡ଼ିକୁ ଆବଶ୍ୟକ ଅନୁସାରେ ସଂଶୋଧନ କରି ଉତ୍ତମମାନର ଅନୁବାଦ କରିବାକୁ ନବ ବାଇବଲ ଅନୁବାଦ ଦଳ ସବର୍ଦା ଚେଷ୍ଟା କରୁଅଛି। ଅନୁବାଦକ, ଅନୁବାଦ ପରାମଶର୍ଦାତା, ଲେଖା ପାଠକ ବା ସମୀକ୍ଷକ ଇତ୍ୟାଦି ବ୍ୟକ୍ତିବିଶଷଙ୍କ ନାମ TILL-NOBO କାର୍ଯ୍ୟାଳୟର ଅଭିେଲଖାଗାରରେ ଉପଲବ୍ଧ ଅଟେ।
ନବ ଲୂକ ସୁସମାଚାର “ଆଦର୍ଶ ମନୁଷ୍ୟ” ପ୍ରକାଶ ପାଇଅଛି
Verse of the day
ଆଉ, ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ, ପ୍ରକୃତ ଈଶ୍ୱରଙ୍କୁ ଜାଣି ନ ଥିବା ଲୋକମାନଙ୍କ ପରି, ବାରମ୍ବାର କୁହ ନାହିଁ। ଈଶ୍ୱରଙ୍କୁ ଜାଣି ନ ଥିବା ଲୋକମାନେ ଏପରି କରନ୍ତି, ପୁଣି ସେମାନେ ଭାବନ୍ତି ଯେ, ଏପରି ଅନେକ ଶବ୍ଦ ବ୍ୟବହାର କରି ପ୍ରାର୍ଥନା କଲେ ସେମାନଙ୍କର ଦେବତାମାନେ ସେମାନଙ୍କର ପ୍ରାର୍ଥନା ଶୁଣିବେ। ତୁମ୍ଭେମାନେ ସେମାନଙ୍କ ପରି ହୁଅନାହିଁ, କାରଣ, ସ୍ୱର୍ଗରେ ଥିବା ତୁମ୍ଭମାନଙ୍କର ପିତା ତୁମ୍ଭମାନଙ୍କର କଅଣ ଆବଶ୍ୟକ ଅଛି, ତାହା ତୁମ୍ଭେମାନେ ମାଗିବା ଆଗରୁ ଜାଣନ୍ତି।
ମାଥିଉ ଲିଖିତ ସୁସମାଗ୍ଭର 6:7