ଦର୍ଶନ:
ସରଳ ଓ ଅର୍ଥପୂର୍ଣ୍ଣ ନବ ଓଡ଼ିଆ ବାଇବଲ ଦ୍ଵାରା ଲକ୍ଷ ଲକ୍ଷ ଓଡ଼ିଆ ଭାଷାବାଦୀଙ୍କର ମୁକ୍ତି ଓ ଜୀବନ ପରିବର୍ତ୍ତନ
କାର୍ଯ୍ୟ:
ଈଶ୍ଵରଙ୍କ ଜୀବନ୍ତ ବାକ୍ୟ (ବାଇବଲ)କୁ ସଠିକ ଓ ସ୍ପଷ୍ଟ ଭାବରେ, ପ୍ରଚଳିତ ସରଳ ଓଡ଼ିଆ ଭାଷାରେ ଅନୁବାଦ କରିବା, ଯେପରି ତାହା ପାଠ କରି ବା ଶୁଣି, ଏପରିକି ବିଶେଷ ପାଠ ପଢ଼ି ନ ଥିବା
, ସୁସମାଚାର ଶୁଣି ନ ଥିବା କିମ୍ବା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ସହଭାଗିତାକୁ ଯାଇ ନ ଥିବା ଲୋକମାନେ ମଧ୍ୟ ବୁଝି ପାରିବେ।
ଘୋଷଣା:
ଆମ୍ଭେମାନେ ସ୍ୱୀକାର କରୁଅଛୁ ଯେ, କୌଣସି ବାଇବଲ ଅନୁବାଦ ନିର୍ଭୁଲ କିମ୍ବା ଅନ୍ତିମ ନୁହେଁ; କିନ୍ତୁ, ଆମ୍ଭେମାନେ ଜାଣୁ ଯେ, ଈଶ୍ୱର ନିଜର ସମ୍ମାନ ଓ ଗୌରବ ନିମନ୍ତେ ଏପରି ବିଷୟଗୁଡ଼ିକୁ ମଧ୍ୟ ବ୍ୟବହାର କରିଥାଆନ୍ତି, ଯେଉଁଗୁଡ଼ିକ ଦୁବର୍ଳ ଅଟେ ଓ ସିଦ୍ଧ ନୁେହଁ। ଏଠାରେ ଆମ୍ଭେମାନେ କହିରଖୁଅଛୁ ଯେ, ଓଡ଼ିଆ ଭାଷାର ପରିବର୍ତ୍ତନ ଘଟୁଥିବା ବିଷୟଗୁଡ଼ିକ ଅନୁସାରେ, ଅନୁବାଦ କରାଯାଇଥିବା ଶାସ୍ତ୍ରାଂଶଗୁଡ଼ିକୁ ଆବଶ୍ୟକ ଅନୁସାରେ ସଂଶୋଧନ କରି ଉତ୍ତମମାନର ଅନୁବାଦ କରିବାକୁ ନବ ବାଇବଲ ଅନୁବାଦ ଦଳ ସବର୍ଦା ଚେଷ୍ଟା କରୁଅଛି। ଅନୁବାଦକ, ଅନୁବାଦ ପରାମଶର୍ଦାତା, ଲେଖା ପାଠକ ବା ସମୀକ୍ଷକ ଇତ୍ୟାଦି ବ୍ୟକ୍ତିବିଶଷଙ୍କ ନାମ TILL-NOBO କାର୍ଯ୍ୟାଳୟର ଅଭିେଲଖାଗାରରେ ଉପଲବ୍ଧ ଅଟେ।
ନବ ଲୂକ ସୁସମାଚାର “ଆଦର୍ଶ ମନୁଷ୍ୟ” ପ୍ରକାଶ ପାଇଅଛି
Verse of the day
ଯୀଶୁ ପୁଣି ଶିକ୍ଷା ଦେଇ କହିଲେ, “ଏହି ପୃଥିବୀରେ ତୁମ୍ଭେମାନେ ନିଜ ନିଜ ପାଇଁ ଧନ ସଂଚୟ କରିବାରେ ମନ ଲଗାଅ ନାହିଁ। କାରଣ, ଏଠାରେ ଧନକୁ ପୋକ ଖାଏ, ସେଥିରେ କଳଙ୍କି ଧରି ତାହା ନଷ୍ଟ କରେ, ପୁଣି ଧନ ରଖିଥିବା ସ୍ଥାନରେ ଚୋରମାନେ ପଶି ସିନ୍ଦୁକ ଭାଙ୍ଗି ପକାନ୍ତି ଓ ସେସବୁ ଧନ ଚୋରି କରନ୍ତି। କିନ୍ତୁ, ତୁମ୍ଭେମାନେ ନିଜ ନିଜ ଧନକୁ ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ ବ୍ୟବହାର କରି ତାହା ସ୍ୱର୍ଗରେ ସଞ୍ଚୟ କରିବାରେ ମନ ଦିଅ। କାରଣ, ସ୍ୱର୍ଗରେ ଧନକୁ ପୋକ ଖାଏ ନାହିଁ, ସେଥିରେ କଳଙ୍କି ଧରି ତାହା ନଷ୍ଟ କରେ ନାହିଁ, ପୁଣି ଚୋରମାନେ ସେଠାରେ ପଶି ଧନ ଲୁଟି ନେଇ ପାରନ୍ତି ନାହିଁ।
ମାଥିଉ ଲିଖିତ ସୁସମାଗ୍ଭର 6:19